19/10/2022
ହରିଶଙ୍କର - ନୃସିଂହନାଥ ରୋପୱେ ନିର୍ମାଣ ଦାବୀରେ କେଏସ୍ସିସି ନେତୃତ୍ୱରେ କେଏମ୍ଏମ୍ ଜିଲ୍ଲାପାଳ ଅଫିସ ଘେରିଲେ
ବଲାଙ୍ଗୀର,ତା-୧୮/୧୦- ହରିଶଙ୍କର ନୃସିଂହନାଥ ରୋପୱେ ନିର୍ମାଣ ଦାବିରେ କେଏମ୍ଏମ୍ ତରଫରୁ କୋସଲ ରାଜ୍ୟ ସମନ୍ୱୟ ସମିତିର ସମର୍ଥନରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯଇଥିଲା । ବଲାଙ୍ଗିର ଏକ୍ସନ କମିଟି ଯୁବ ସାମୁଖ୍ୟ ସଭାପତି ବିନୋଦ କାଲସାଏଙ୍କ ସବାପତିତ୍ୱରେ କୋସଲବବାଦୀ ଚାଷୀ ଓ ଶ୍ରମିକନେତା ବିଭୁଦତ୍ତ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଚାଷୀ, ଶ୍ରମିକ ତଥା କୋସଲବାଦୀ ନେତା ବିଭୁଦତ୍ତ ମିଶ୍ର ଙ୍କ ଅଧ୍ୟକ୍ଷତା ଏବଂ ଯୁବ ଏକ୍ସନ କମିଟି ସଭାପତି ବିନୋଦ କାଲସାଏ ଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜେଏମ୍ଏମ୍ ର ଆବାହକ ମଣ୍ଡଳି ର ଶୁଶିଳ ଗୁରୁ, ଡିଙ୍ଗର କୁମ୍ଭାର ଓ ସୁବାଷ ଆଚାର୍ଯ୍ୟ ଯୋଗଦେଇ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ତିବ୍ର ବିରୋଧ କରିଥିଲେ । କୋସଲ ରାଜ୍ୟ ସମନ୍ୱୟ ସମିତିର ଜମାଲ ଖାନ, ମନୋରଂଜନ ସାହୁ, ରବିଶଙ୍କର ମିଶ୍ର, ରଣରାଜ ସିଂଦେଓ, କୋସଲ ଯୁବ ଶକ୍ତିର ଶାନ୍ତନୁ କୁମାର ବୁଦ୍ଧିଆ, ଶୁଶିଲ ନାଏକ, ଆଲୋକ କୁମାର ବୁଡେକ ଏବଂ କୋସଲ ସଂଘର୍ଷ ବାହିନୀର ଅଭିଳାଷ ଭୋଇ, ବିମଳେନ୍ଦୁ ସାହୁ ପ୍ରମୁଖ ଧାରଣରେ ଯୋଗ ଦେଇ ହରିଶଙ୍କର-ନୃସିଂହନାଥ ରୋପୱେ କାର୍ଯ୍ୟ ବାତିଲ ବିରୋଧରେ ସରକାରଙ୍କୁ ଦୃଢ ନିନ୍ଦା କରିଥିଲେ । ଏହି ଧାରଣାରେ ବଲାଙ୍ଗିର ରେଳପଥ କମିଟି ତଥା ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀ, ନାରିନେତ୍ରୀ ନିରୁପମା ଉଦ୍ଗାତା, ବ୍ୟାଙ୍କ କର୍ମଚାରୀ ନେତା ପୁଲିନ ମିଶ୍ର, କିଶୋର ପୁରୋହିତ, କେଏସ୍ସିସି ର ଶରତ ହୋତା, ଲାଲମନ ନାଗ, ନିଳମଣି ମିଶ୍ର, ମନୋରଂଜନ ମିଶ୍ର, ପୂର୍ବତନ ସୈନିକ ସଂଘର ବିଭୁତି ଭୂଷଣ ପାଣିଗ୍ରାହୀ, ପ୍ରତାପ ରଥ, କେକେଡିର ଜିଲ୍ଲା ସଭାପତି ପ୍ରଭାସ ମିଶ୍ର, ସ୍ୱାଧୀନ ମିଶ୍ର, ଚାଷୀ ନେତା ମଧୁସୁଦନ କ୍ଷେତି, କୋସଲ ନେତା ମୋତିଲାଲ ମିଶ୍ର, ପ୍ରଦ୍ୟୁମ୍ନ ବାବୁ ଏବଂ ଶତାଧିକ କୋସଲ ସଂଗ୍ରାମୀ ତଥା ବୁଦ୍ଧିଜିବୀ ଧାରଣରେ ସାମିଲ ହୋଇ ସ୍ୱତନ୍ତ୍ର କୋସଲ ରାଜ୍ୟ ହିଁ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ଆମନ୍ତ୍ରଣ କ୍ରମେ କୋସଲ ସଂଗ୍ରାମୀ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।