Ghatgaon mirror

Call Website

Ghatgaon mirror ସିନେ / ସଂସ୍କୃତି / ଖେଳ /ଯାତ୍ରା ଓ ସାରା ଓଡିଶା ସମେତ କେନ୍ଦୁଝର ଜିଲ୍ଲା ଖବର ପାଇପାରିବେ

18/09/2026

କାମ କରୁନି ମୋହନଙ୍କ ବିଭାଗ; ରାଷ୍ଟ୍ରପତିଙ୍କୁ ଫେରାଦ ହେଲେ ବିଜେପି ବିଧାୟକ || Satyapatha News
ଘଟଗାଁ ମିରର Ghatgaon mirror Muna Mahendra Patra 090782 16763


18/09/2026
ଘଟଗାଁ / ଘଟଗାଁ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାGhatgaon mirror ଘଟଗାଁ ମିରର Muna Mahendra Patra 090782 16763 ଘଟଗାଁ,...
18/09/2026

ଘଟଗାଁ / ଘଟଗାଁ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତା
Ghatgaon mirror ଘଟଗାଁ ମିରର Muna Mahendra Patra 090782 16763
ଘଟଗାଁ,୧୮/୯: ଘଟଗାଁ ମଣ୍ଡଳ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ରାଜପାଟ ବାନଦୂର୍ଗ। ବିଦ୍ୟାପୀଠ ଖେଳ ପଡିଆ ରେ ଉଦ୍ଘାଟିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉକ୍ତ ପ୍ରତିଯୋଗିତା ରେ ୧୪ ବର୍ଷ ରୁ କମ ଓ ୧୭ ବର୍ଷ ରୁ କମ ବୟସ ର ବିଭିନ୍ନ ପ୍ରତିଯୋଗୀ ବିଦ୍ୟାଳୟ ର ପିଲାମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଘଟଗାଁ ବ୍ଲକ ବି ଇ ଓ ହରେକୃଷ୍ଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିବା ସହ ଶାରୀରିକ କ୍ରୀଡା ର ଉପାଦେୟତା ଉପରେ ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏ ବି ଇ ଓ ସଞ୍ଜୟ କୁମାର ପଲେଇ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା, ଘଟଗାଁ ସି ଆର ସି ସି କମଳାକାନ୍ତ ପଣ୍ଡା,ବଦଜମୂପୋଷି ସି ଆର ସି ସି ବିଜୟ କୁମାର ବେହେରା, ଧଙ୍ଗଡଦିହା ସି ଆର ସି ସି ଆଶିଷ କୁମାର ବେହେରା, ପ୍ରଧାନ ଶିକ୍ଷକ ଜୀବନ କୁମାର ସେଠୀ, କ୍ରୀଡା ସମ୍ପାଦକ ପ୍ରସନ୍ନ କୁମାର ବେହେରା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଥିଲେ । କ୍ରୀଡାବିତ୍ ମାନଙ୍କ ଭିତରେ ଖୋକୋ, କବାଡି, ଦୌଡ଼, କ୍ରିକେଟ୍ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତା ର ପ୍ରଥମ ଦିନରେ ମୋଟ ୨୮୮ ଜଣ ପ୍ରତିଯୋଗୀ ଯୋଗ ଦେଇଥିବା ବେଳେ ୪୧ ଜଣ ବ୍ୟବସ୍ଥାପକ ତଥା କ୍ରୀଡା ଶିକ୍ଷକ ଖେଳ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁ, ସସ୍ମିତା ରଥ, ଅୟେଶ କାନ୍ତ ସ୍ୱାଇଁ, ସୁରେଶ କୁମାର ପଲେଇ, ସୁବ୍ରତ ଲେଙ୍କା, ଡମ୍ବରୁଧର ମହାନ୍ତ, ଲମ୍ବୋଦର ମହାନ୍ତ, ସଞ୍ଜୀବ ସାହୁ, ଲକ୍ଷ୍ମୀଧର ମହାନ୍ତ ବର୍ଷା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୂ ସଫଳ କରିଥଲେ।
#ଖବରଘଟଗାଁରୁ

ଘଟଗାଁ / ଜର୍ମାନୀ ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀ ରେ ଓଡ଼ିଆ ପୁଅ ଜ୍ୱତୀ ରଞ୍ଜନ Ghatgaon mirror 090782 16763 Muna Mahendra Patra...
18/09/2026

ଘଟଗାଁ / ଜର୍ମାନୀ ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀ ରେ ଓଡ଼ିଆ ପୁଅ ଜ୍ୱତୀ ରଞ୍ଜନ
Ghatgaon mirror 090782 16763 Muna Mahendra Patra

18/09/2026 --କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ର ଯୁବ ବୈଜ୍ଞାନିକ ଡକ୍ଟର ଜ୍ୱତୀରଞ୍ଜନ ବାରିକ ଜର୍ମାନୀ ଦେଶର ବର୍ଲିନ ସହରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀ ରେ ଯୋଗଦେଇ କେନ୍ଦୁଝର ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି! ଚଳିତ ସେପ୍ଟେମ୍ବର 14 ତାରିଖ ଠାରୁ 18 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ୟୁରୋପିଆନ ବୈଜ୍ଞାନିକ 18 ତମ ସଂସ୍କରଣ ରେ ଯୋଗଦେବାକୁ ନିମନ୍ତ୍ରିତ ହୋଇ ଗବେଷଣା ଭିତିକ ସନ୍ଦର୍ଭ ଉପସ୍ଥାପିତ କରି ବେଶ ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି! ଟବ ଆୟୋଜିତ ଉକ୍ତ ବୈଜ୍ଞାନିକ ସମ୍ମିଳନୀ ରେ ଯୁବ ବୈଜ୍ଞାନିକ ଡକ୍ଟର ଜ୍ୱତୀ ରଞ୍ଜନ ବାରିକ ଯୋଗଦେବାକୁ ନେଇ ସମଗ୍ର କେନ୍ଦୁଝର ଜିଲ୍ଲା ରେ ଖୁସି ର ଲହରୀ ଖେଳି ଯାଇଛି! ଯୁବ ବୈଜ୍ଞାନିକ ଡକ୍ଟର ଜ୍ୱତୀ ରଞ୍ଜନ ରାଉରକେଲା NIT ରୁ ଡିଗ୍ରୀ ହାସଲ କରିଥିବା ବେଳେ ପୂର୍ବରୁ ନିଜର ଗବେଷଣା ଭିତ୍ତିକ ସନ୍ଦର୍ଭ ଉପସ୍ଥାପନା ପାଇଁ ଲଣ୍ଡନ ଇଂପେରିୟାଲ କଲେଜ ଠାରେ ଏକ ବିଶ୍ୱ ସ୍ତରୀୟ ବୈଜ୍ଞାନିକ ସମ୍ମିଳନୀ ରେ ମଧ୍ୟ ଯୋଗଦେଇଥିଲେ! ଜର୍ମାନୀ ଗସ୍ତ ଡକ୍ଟର ବାରିକ ଙ୍କ ଦ୍ୱିତୀୟ ବିଦେଶ ଗସ୍ତ ବୋଲି ଯୁବ ବୈଜ୍ଞାନିକ ଡକ୍ଟର ଜ୍ୱତୀ ରଞ୍ଜନ ଙ୍କ ପିତା କମଳାକାନ୍ତ ବାରିକ ଙ୍କ ଠାରୁ ସୂଚନା ମିଳିଛି ! ସମ୍ପ୍ରତି ବର୍ତ୍ତମାନ ଯୁବ ବୈଜ୍ଞାନିକ ଡକ୍ଟର ଜ୍ୱତୀ ରଞ୍ଜନ ଆଇ ଆଇ ଟି ମାଡ୍ରାସ ରେ ସାମୁଦ୍ରିକ ଇଞ୍ଜିନିଅରିଙ୍ଗ ରେ ପୋଷ୍ଟ ଡକ୍ଟ୍ରାଲ ଫୋଲୋ ଭାବେ କାର୍ଯ୍ୟରତ ଅଛନ୍ତି! ତାଙ୍କର ଏହି ଗବେଷଣାମୂଳକ ଯାତ୍ରା ରେ ପ୍ରଫେସର ଦୀପକ କୁମାର ଙ୍କ ପ୍ରେରଣା ଆଗକୁ ନେଇଛି ବୋଲି ବୈଜ୍ଞାନିକ ଜ୍ୱତୀରଞ୍ଜନ ଆଦ୍ୟାଶା ନିୟୁଜ ଆଗରେ ପ୍ରକାଶ କରିଛନ୍ତି! ଯୁବ ବୈଜ୍ଞାନିକ ଡକ୍ଟର ଜ୍ୱତୀରଞ୍ଜନ ବାରିକ ହେଉଛନ୍ତି କେନ୍ଦୁଝର ତଥା ମୟୁରଭଞ୍ଜ ଜିଲ୍ଲା ର ଜଣାଶୁଣା ହୋମିଓ ଡାକ୍ତର କମଳାକାନ୍ତ ବାରିକ ଙ୍କ କନିଷ୍ଟ ପୁତ୍ର ଅଟନ୍ତି ! ଜର୍ମାନୀ ଭଳି ବୈଦେଶିକ ଦେଶରେ ବୈଜ୍ଞାନିକ ସମ୍ମିଳନୀ ରେ ପ୍ରତିନିଧିତ୍ୱ କରିଥିବା ଜଣା ପଡିବା ପରେ ସମଗ୍ର କେନ୍ଦୁଝର ଜିଲ୍ଲା ରୁ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଥିବା ବେଳେ ତାଙ୍କର ଉତ୍ତରତ୍ତର କାମନା କରିଛନ୍ତି ଅଞ୍ଚଳର ବରିଷ୍ଠ ନାଗରିକ ବୃନ୍ଦ !
#ଖବରଘଟଗାଁରୁ
ଗଦାଧରପୁର ଖବର

ଘଟଗାଁ / ମୁକୁନ୍ଦପୁର ପାଟଣା ପଞ୍ଚାୟତ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ 090782 16763 Ghatgaon mirror Muna Mahendra Patra ,...
18/09/2026

ଘଟଗାଁ / ମୁକୁନ୍ଦପୁର ପାଟଣା ପଞ୍ଚାୟତ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ
090782 16763 Ghatgaon mirror Muna Mahendra Patra

,୧୮/୯ : ଘଟଗାଁ ବ୍ଲକ ମୁକୁନ୍ଦପୁର ପାଟଣା ପଞ୍ଚାୟତ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଵଚ୍ଛତା ସେବା ଅଭିଯାନ ର ଆବଶ୍ୟକତା କୂ ଆଖିଆଗରେ ରଖି ମୁକୁନ୍ଦପୁର ପାଟଣା ପଞ୍ଚାୟତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଙ୍କ ନେତୃତ୍ୱରେ ଏବଂ ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହଭାଗିତା ରେ ଏକ ଶୋଭାଯାତ୍ରା ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ପଂଚାୟତ ପ୍ରତିନିଧି ଓ କର୍ମଚାରୀ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରିଥିଲେ । ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଥିଲେ ଓ ପରେ ପରେ ପାରିବେଶ କୁ ସ୍ବଚ୍ଛ ରଖିବା ପାଇଁ ଶପଥ ପାଠ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ କୁ ଘଟଗାଁ ସି ଆର ସି ସି କମଳାକାନ୍ତ ପଣ୍ଡା ଉଦ୍ଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରା, ଶିକ୍ଷକ ମାଗୁଣି ଚରଣ ମାଝୀ, ଶୁଭକାନ୍ତ ସେଠୀ,ଶିକ୍ଷୟିତ୍ରୀ ମାଳତୀ କୁମାରୀ ନାଥ ଶର୍ମା, ଭାରତୀ ମହାନ୍ତି, ରଶ୍ମିତା ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ ପି ଇ ଓ ଦୀପ୍ତିରଂଜନ ଦାସ, ଏ ଡି ଓ ସତ୍ୟେନ୍ଦ୍ର କୁମାର,କର୍ମଚାରୀ ଏସ କେ ପର୍ବେଜ୍, ଲିପୁ ବେଜ , ସତ୍ୟରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୁଇଜ୍ ପ୍ରତିଯୋଗୀତା ରେ ସଫଳ ହୋଇଥିବା ତିନିଜଣ ଛାତ୍ର ଛାତ୍ରୀ ଙ୍କୁ ପଂଚାୟତ ତରଫରୁ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ପୁରସ୍କୃତ କରିଥଲେ ।
#ଖବରଘଟଗାଁରୁ

ଘଟଗାଁ / ରଥ ସାହି ସିଦ୍ଧି ବିନାୟକ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ, 090782 16763 Ghatgaon mirror 18/09/...
18/09/2026

ଘଟଗାଁ / ରଥ ସାହି ସିଦ୍ଧି ବିନାୟକ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ,

090782 16763 Ghatgaon mirror 18/09/2026 --ଘଟଗାଁ ଗ୍ରାମ ରଥ ସାହି ନିକଟ ସିଦ୍ଧି ବିନାୟକ ଗଣେଶ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ଅଗ୍ର ପୂଜ୍ୟ ଗଜାନନ ଙ୍କ ପୂଜା ଧୂମଧାମ ରେ ପାଳିତ ହେଉଥିବା ବେଳେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ବାଲେଶ୍ଵର ର ଏକ ଡ୍ୟାନ୍ସ ଟ୍ରୁପ ଦ୍ୱାରା ପାରିବେଷିତ ନୃତ୍ୟ ସଂଗୀତରେ ଝୁମିଲେ ଦର୍ଶକ! ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସଞ୍ଜୟ କୁମାର ମିଶ୍ର ଓ ଅନ୍ୟତମ ଅତିଥି ଭାବେ ମାଆ ତାରିଣୀ ଙ୍କ ମୁଖ୍ୟ ପୂଜକ ଶରତ ଚନ୍ଦ୍ର ଦେହୁରୀ, ଯୋଗ ଦେଇ ପୂଜା କମିଟି ର ସଦସ୍ୟ, କର୍ମକର୍ତା ମାନଙ୍କୁ ଉତ୍ସାହିତ କରିଥିଲେ! ଉକ୍ତ ଗଣେଶ ପୂଜା ଉତ୍ସବ କୁ ସିଦ୍ଧି ବିନାୟକ ପୂଜା କମିଟି ସଭାପତି ଅନିଲ କୁମାର ଦେହୁରୀ, ସମ୍ପାଦକ ସୁରେଶ ଦେହୁରୀ ପରିଚାଳନା କରିଥିଲେ! ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ ବେହେରା! ଦିନ ବେଳେ ଏଥି ସକାଶେ ଭକ୍ତ ଙ୍କୁ ପ୍ରସାଦ ସେବନ ର ବନ୍ଦୋବସ୍ତ କରାଯାଇଥିଲା
Muna Mahendra Patra #ଖବରଘଟଗାଁରୁ

18/09/2026

ନୟାଗଡ଼ SDPO କହିଦେଲେ ଡକାୟତ ଗ୍ୟାଙ୍ଗ କେଉଁ ରାଜ୍ୟର
ଘଟଗାଁ ମିରର Ghatgaon mirror Muna Mahendra Patra 090782 16763
#ରାଜ୍ୟଖବର

Address

Ghatgaon
Keonjhargarh
758027

Alerts

Be the first to know and let us send you an email when Ghatgaon mirror posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share